ଭାରତ ଉପରେ ରାଗି ପିଆଜ ଖାଇବା ଛାଡି ଦଲେ ଶେଖ୍‌ ହସିନା

ବାଂଲାଦେଶ,୪।୧୦: ପିଆଜର ଦର ବୃଦ୍ଧି ଏବେ ଭାରତର କେନ୍ଦ୍ର ସରକାରଙ୍କ ଆଗରେ ଯେ ସମସ୍ୟା ହୋଇ ଛିଡା ହୋଇଛି ତା’ ନୁହେଁ। ବରଂ ପଡୋଶୀ ଦେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ଏବେ ଭାରତରେ ପିଆଜ ଦର ଆକାଶ ଛୁଆ ହୋଇଥିବା ବେଳେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ମୋଦି ସରକାରଙ୍କୁ ଏହାର ଉତ୍ତର ମାଗିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ-ବାଂଲାଦେଶ ବିଜନେସ୍‌ ଫୋରମରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କାହିଁକି ପିଆଜ ଦର ଏବେ ବୃଦ୍ଧି ପାଉଛି। ସେଥିପାଇଁ ସେ ତାଙ୍କ ରୋଷେୟାଙ୍କୁ ପିଆଜ ବ୍ୟବହାର କରିବାକୁ ମନା କରିଦେଇଥିବା କଥା ମଧ୍ୟ କହିଛନ୍ତି। ଆଉ ଏହା ଶୁଣିବା ପରେ ସେଠାରେ ଉପସ୍ଥିତି ଥିବା ଅନ୍ୟମନ୍ତ୍ରୀମାନେ ସ୍ମିତହାସ୍ୟ ଦେଇଥିବା ଜଣାପଡିଛି।

Share