Categories: ବାଣିଜ୍ୟ

ଭାରତ ଏବେ ବି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ଓ୍ବାଶିଂଟନ,୧୪-୧୦: ଭାରତ ବିଶ୍ୱ ମାନ୍ଦାବସ୍ଥା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ଥିଲେ ମଧ୍ୟ ଏବେ ବି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିଛି। ୨୦୧୯ ଲାଗି ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬%କୁ ହ୍ରାସ କରାଯାଇଥିଲେ ମଧ୍ୟ ଭାରତ ନିକଟରେ ଅଭିବୃଦ୍ଧିର ବିପୁଳ ସମ୍ଭାବନା ଏବେ ବି ରହିଛି ବୋଲି ବିଶ୍ୱ ବ୍ୟାଙ୍କ ଦକ୍ଷିଣ ଏସିଆ ଅର୍ଥନୀତିଜ୍ଞ ହଂସ ତିମର ରବିବାର କହିଛନ୍ତି। ୨୦୨୧ ଏବଂ ୨୦୨୨ରେ ଭାରତର ଅଭିବୃଦ୍ଧି ଉନ୍ନତ ସ୍ଥିତିକୁ ଫେରିବ। ବିଶ୍ୱ ମାନ୍ଦାବସ୍ଥା ଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବା ସହ ନିବେଶ ଚାହିଦା କମିଯାଇଛି। ୨୦୧୬ରେ ଅଭିବୃଦ୍ଧି ହାର ୮.୨% ରହିଥିବା ବେଳେ ଏହା ୨ ବର୍ଷରେ ବର୍ତ୍ତମାନ ୨.୨% କମିଥିବା ତିମର ମତ ରଖିଛନ୍ତି। ବର୍ତ୍ତମାନର ହ୍ରାସ ଏତେ ବଡ ନୁହେଁ। ୨୦୦୯ ଏବଂ ୨୦୧୨ର ମାନ୍ଦାବସ୍ଥା ସହ ତୁଳନା କଲେ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଜଟିଳ ରହିଥିବା ସେ ସ୍ପଷ୍ଟ କରିଛନ୍ତି।

Share