Categories: ଖେଳ

ଭାରତ, ଓ୍ବେଷ୍ଟଇଣ୍ଡିଜ୍‌କୁ ଜରିମାନା

ଦୁବାଇ,୪ା୮: ତ୍ରିନିଦାଦର ତାରୋବାଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ସ୍ଲୋ ଓଭର-ରେଟ୍‌ ପାଇଁ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌କୁ ଜରିମାନା କରାଯାଇଛି। ଗୁରୁବାର ରାତିରେ ଧାର୍ଯ୍ୟ ସମୟ ମଧ୍ୟରେ ଗୋଟିଏ ଓଭର ପଛୁଆ ରହିଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତକୁ ମ୍ୟାଚ ଫି’ର ୫ ପ୍ରତିଶତ ଜରିମାନା କରିଛି। ଅନ୍ୟପକ୍ଷରେ ୨ ଓଭର ପଛୁଆ ପାଇଁ ଓ୍ବେଷ୍ଟଇଣ୍ଡିଜକୁ ମ୍ୟାଚ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି।

Share