Categories: ଖେଳ

ଭାରତ-ଓ୍ବେଷ୍ଟଇଣ୍ଡିଜ ଟି୨୦: ସୁରକ୍ଷା ଦେବାକୁ ମନା କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୨।୧୧- ଆସନ୍ତା ୬ ତାରିଖରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ମ୍ୟାଚ୍‌ ଲାଗି ମୁମ୍ବାଇ ପୋଲିସ ସୁରକ୍ଷା ବ୍ୟବସ୍ଥା ଦେଇ ପାରିବ ନାହିଁ ବୋଲି ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ)କୁ ଜଣାଇ ଦେଇଛି। ଏ ସମ୍ପର୍କରେ ଏମ୍‌ସିଏ କର୍ମକର୍ତ୍ତା ଖୁବଶୀଘ୍ର ଯୁଗ୍ମ କମିଶନରଙ୍କୁ ଦେଖାକରି ଆଲୋଚନା କରିବେ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏମ୍‌ସିଏ ପକ୍ଷରୁ ଏହି ମ୍ୟାଚ୍‌ ସ୍ଥାନାନ୍ତିରିତ କରିବାକୁ କୁହାଯାଇଛି। ଡ. ବାବାସାହେବ ଆମ୍ବେଡକରଙ୍କ ମୃତ୍ୟୁ ବାର୍ଷିକ ଓ ବାବରି ମସ୍‌ଜିଦ ଭଙ୍ଗା ହେବାର ଦିନ ଅବସରରେ ବହୁ ସଂଖ୍ୟାରେ ସମର୍ଥନକାରୀ ଶିବାଜି ପାର୍କ ଆସିବେ। ଏଠାରେ ରାଜ୍ୟ ପୋଲିସ ମୁତୟନ ହେବ। କାରଣ ବାବ୍ରି ମସଜିଦ ଭଙ୍ଗା ଘଟଣା ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏହି ବାର୍ଷକୀ ପ୍ରଥମ ଥର ପାଳିତ ହେବାକୁ ଯାଉଛି। ତେବେ ଏମ୍‌ସିଏ ପକ୍ଷରୁ ଅତିକମରେ ୨୦ ପ୍ରତିଶତ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରାଯିବ। ଯଦି ଏମ୍‌ସିଏ ଆବଶ୍ୟକ ପରିମାଣର ସୁରକ୍ଷା ଦେବାରେ ବିଫଳ ହେଲେ ବିସିସିଆଇ ସମ୍ଭବତଃ ମ୍ୟାଚ୍‌ ତାରିଖରେ ପରିବର୍ତ୍ତନ କରିପାରେ।

Share