ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆସାମର ଗୁଆହାଟୀଠାରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ନୂଆବର୍ଷର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଭାରତ ରହିଛି। ବ୍ୟାକ ଷ୍ଟ୍ରେସ ଫ୍ରାକ୍ଚର ଭଳି ଆଘାତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ୩ ମ୍ୟାଚ୍ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ସେ ସମସ୍ତଙ୍କ ନଜରରେ ରହିଛନ୍ତି। ନିୟମିତ ଓପନର ରୋହିତ୍ ଶର୍ମା ସିରିଜରୁ ବିଶ୍ରାମ ନେଇଥିବାବେଳେ ତାଙ୍କ ସ୍ଥାନରେ ଶିଖର ଧୱନ ଲୋକେଶ ରାହୁଲଙ୍କ ସହ ଇନିଂସ ଓପନ କରିବେ।