ଭାରତ କଶ୍ମୀର ନିଷ୍ପତ୍ତି ବଦଳାଇଲେ ପାକିସ୍ତାନ ପୁନର୍ବିଚାର କରିବ

ଇସ୍‌ଲାମାବାଦ, ୯।୮:ଭାରତ ଯଦି କଶ୍ମୀର ପ୍ରସଙ୍ଗରେ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରେ ତେବେ ପାକିସ୍ତାନ ନେଇଥିବା ନିଷ୍ପତ୍ତିର ସମୀକ୍ଷା କରିବାକୁ ପ୍ରସ୍ତୁତ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଗୁରୁବାର କହିଛନ୍ତି। ବୁଧବାର ପାକିସ୍ତାନ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବରଖାସ୍ତ କରିବା ସହ ନୂଆଦିଲ୍ଲୀ ସହ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଥିଲା। ପାକିସ୍ତାନ କୂଟନୈତିକ ସମ୍ପର୍କ ଛିନ୍ନ କରି ବିଶ୍ୱ ସମ୍ମୁଖରେ ଦ୍ୱିପାକ୍ଷିକ ସମ୍ପର୍କର ଏକ ଭୟାନକ ଚିତ୍ର ଉପସ୍ଥାପନ କରିବାକୁ ଉଦ୍ୟମ କରୁଥିବା ଭାରତ ଅଭିଯୋଗ କରିଥିଲା। ଇସ୍‌ଲାମାବାଦ ଏହାର ନିଷ୍ପତ୍ତିର ସମୀକ୍ଷା କରୁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ତେବେ ଜମ୍ମୁ-କଶ୍ମୀରରୁ ଭାରତ ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରିବା ଏହାର ଏକପାଖିଆ ଏବଂ ବେଆଇନ ନିଷ୍ପତ୍ତି ବୋଲି ପାକ୍‌ କହିଛି।

Share