ଭାରତ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡିଛି। ଶନିବାର ସେ ଟୁଇଟ୍‌ କରି କହିଛନ୍ତି ଭାରତ ଗସ୍ତ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍‌ କରିବାକୁ ନେଇ ଅପେକ୍ଷା ରଖିଛନ୍ତି। ଟ୍ରମ୍ପ କହିଛନ୍ତି ଏହା ମୋ ପାଇଁ ସମ୍ମାନର କଥା। କାରଣ ନିକଟରେ ମାର୍କ ଜୁକରବର୍ଗ କହିଥିଲେ ଫେସ୍‌ବୁକରେ ଡୋନାଲ୍ଡ ଟ୍ରମ୍ପ ଏକ ନମ୍ବରରେ ଥିବା ବେଳେ ମୋଦି ଅଛନ୍ତି ଦୁଇ ନମ୍ବରରେ। ତେଣୁ ମୋଦିଙ୍କ ସହ ସାକ୍ଷାତ୍‌ ହେଲେ ଦୁଇଟି ସବୁଠାରୁ ବଡ ଗଣତନ୍ତ୍ର ଦେଶ ମଧ୍ୟରେ ସମ୍ପର୍କ ମଜଭୂତ ହେବ ବୋଲି ଟ୍ରମ୍ପ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ୨୪-୨୫ ଫେବୃୟାରୀରେ ଦିଲ୍ଲୀ ପହଞ୍ଚିବା ସହ ଏହି ସମୟରେ ଅହମ୍ମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Share