Categories: ଖେଳ

ଭାରତ ଗସ୍ତରୁ ବାଦ୍‌ ପଡ଼ିପାରନ୍ତି ଇକବାଲ

ଢାକା,୨୪।୧୦- ବାଂଲାଦେଶ ଓପନର ତାମିମ ଇକବାଲ ଆଗାମୀ ଭାରତ ଗସ୍ତର ପ୍ରାରମ୍ଭିକ ମ୍ୟାଚ୍‌ ଖେଳିପାରିବେ ନାହିଁ। ବ୍ୟକ୍ତିଗତ କାରଣ ଯୋଗୁ ସେ ସିରିଜର ପ୍ରାରମ୍ଭିକ ପର୍ଯ୍ୟାୟ ପାଇଁ ଉପଲବ୍ଧ ରହିବେ ନାହିଁ ବୋଲି ବିସିବିକୁ ଜଣାଇଛନ୍ତି। ତାଙ୍କ ପତ୍ନୀ ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି। ଏଥିନେଇ ସେ ତାଙ୍କ ପତ୍ନୀଙ୍କ ସହ ରହିବାକୁ ଚାହୁଁଛନ୍ତି। ସେ ତାଙ୍କ ପତ୍ନୀଙ୍କ ଯାଞ୍ଚ କରାଇଛନ୍ତି। ରିପୋର୍ଟ ଫଳାଫଳ ନେଗେଟିଭ ଆସିଲେ, ସେ ଗସ୍ତ ଆରମ୍ଭରୁ ଦଳରେ ଯୋଗଦେବେ। ନ ହେଲେ ତାଙ୍କ ପତ୍ନୀଙ୍କ ସହ ବ୍ୟାଙ୍କକ୍‌ରେ ସମୟ ବିତାଇବା ପରେ ଦଳକୁ ଫେରିବେ। ତାଙ୍କ ଅନୁପସ୍ଥିତିରେ ଇମରୁଲ କିଜ ବ୍ୟାକ ଅଫ୍‌ ଓପନର ଭାବେ ଦଳରେ ସ୍ଥାନ ପାଇବେ ଓ ତାଙ୍କୁ ଘରୋଇ କ୍ରିକେଟରେ ସାମିଲ ନ ହେବାକୁ ଅନୁରୋଧ କରାଯାଇଛି। ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ପରେ ଅଭିଜ୍ଞ ଓପନରଙ୍କୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ ଓ ତ୍ରିକୋଣୀୟ ସିରିଜ୍‌ରେ ବିଶ୍ରାମ ଦିଆଯାଇଥିଲା। ବାଂଲାଦେଶ ଦଳ ଭରତ ଗସ୍ତରେ ଆସି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ।

Share