ଭାରତ ଗସ୍ତ ପୂର୍ବରୁ ଜୁକେର ବର୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂୂର୍ବରୁ ସେ ଟୁଇଟ୍‌ କରି ଫେସବୁକ୍‌ ସଂସ୍ଥାପକ ଜୁକେର ବର୍ଗଙ୍କୁ ପ୍ରଶଂସା କରିଛନ୍ତି। ଫେସବୁକ୍‌ ଟ୍ରମ୍ପ୍‌ଙ୍କୁ ଲୋକପ୍ରିୟତା ତାଲିକାରେ ଏକ ନମ୍ବର ସ୍ଥାନ ଦେଇଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨ ନମ୍ବର ସ୍ଥାନ ଦେଇଛି। ଏନେଇ ଟ୍ରମ୍ପ୍‌ ଜୁକେର ବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଫେସବୁକ୍‌ରେ ଏଭଳି ସ୍ଥାନ ମିଳିବା ବଡ ସମ୍ମାନ ବୋଲି ଟ୍ରମ୍ପ୍‌ କହିଛନ୍ତି। ସେ ଭାରତ ଗସ୍ତ ନେଇ ବେଶ୍‌ ଉତ୍ସାହିତ ଥିବା ସୂଚନା ଦେଇଛନ୍ତି।

Share