Categories: ଖେଳ

ଭାରତ ଗସ୍ତ: ବାଂଲାଦେଶ ଟି୨୦, ଟେଷ୍ଟ ଦଳ ଘୋଷିତ

ଢାକା, ୩୦।୧୦(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ମଙ୍ଗଳବାର ବାଂଲାଦେଶ ଟି୨୦ ଓ ଟେଷ୍ଟ ଦଳ ଘୋଷିତ ହୋଇଛି। ମହମୁଦୁଲ୍ଲା ରିୟାଦ ଓ ମୋମିନୁଲ ହକ୍‌ ଯଥାକ୍ରମେ ଟି୨୦ ଓ ଟେଷ୍ଟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ତାରକା ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦୁଇବର୍ଷ ବାସନ୍ଦ କରିବା ପରେ ଏହି ଦୁଇଜଣଙ୍କୁ ଦୁଇଟି ଫର୍ମାଟର ନେତୃତ୍ୱ ପ୍ରଦାନ କରାଯାଇଛି ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସୂଚନା ଦେଇଛି। ସାକିବ ପ୍ରଥମେ ଟି୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ତେବେ ସେ ବାସନ୍ଦ ହେବା ପରେ ଦଳରେ ପରିବର୍ତ୍ତନ କରାଯାଇଥିଲା। ସାକିବଙ୍କ ବଦଳରେ ବାମହାତୀ ସ୍ପିନର ତାଇଜୁଲ ଇସ୍‌ଲାମଙ୍କୁ ଟି୨୦ ଦଳରେ ସାମିଲ କରାଯାଇଛି। ସେହିପରି ତାମିମ ଇକ୍‌ବାଲ ଓ ମହମ୍ମଦ ସୈଫୁଦ୍ଦିନଙ୍କ ଅନୁପସ୍ଥିତିରେ ମହମ୍ମଦ ମିଥୁନ ଓ ଇମରୁଲ କାଏସ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ବାମହାତୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଟେଷ୍ଟ ଦଳକୁ ଫେରିଛନ୍ତି ଓ ସେ ମଧ୍ୟ ଟି୨୦ ଦଳରେ ସାମିଲ ହୋଇଛନ୍ତି।
ବାଂଲାଦେଶ ଟି୨୦ ଦଳ: ମହମୁଦୁଲ୍ଲା (ଅଧିନାୟକ), ଲିଟନ ଦାସ, ସୌମ୍ୟ ସରକାର, ମହମ୍ମଦ ନଇମ, ମୁସଫିକର ରହିମ, ଅଫିଫ୍‌ ହୋସେନ, ମୋସାଡେକ ହୋସେନ, ଅମିନୁଲ ଇସ୍‌ଲାମ, ଆରାଫତ ସନ୍ନି, ଅଲ-ଅମିନ ହୋସେନ, ମୁସ୍ତାଫିଜୁର ରହମାନ, ଶାଫିଉଲ ଇସ୍‌ଲାମ, ମହମ୍ମଦ ମିଥୁନ, ତାଇଜୁଲ ଇସ୍‌ଲାମ ଓ ଅବୁ ହାଇଦର।
ବାଂଲାଦେଶ ଟେଷ୍ଟ ଦଳ: ମୋମିନୁଲ ହକ (ଅଧିନାୟକ), ଶଦମାନ ଇସ୍‌ଲାମ, ଇମରୁଲ କାଏସ, ସୌଫ ହାସନ, ଲିଟନ ଦାସ, ମୁସ୍‌ଫିକର ରହିମ, ମହମୁଦୁଲ୍ଲା, ମହମ୍ମଦ ମିଥୁନ, ମୋସାଡେକ ହୋସେନ, ମେହିଦି ହାସନ, ତାଇଜୁଲ ଇସ୍‌ଲାମ, ନୟିମ ହାସନ, ମୁସ୍ତାଫିଜୁର ରହମାନ, ଅଲ- ଅମିନ ହୋସେନ, ଅବୁ ଜାଏଦ ଓ ଇବାଦତ୍‌ ହୋସେନ।

Share