Categories: ଜାତୀୟ

ଭାରତ ଗସ୍ତ ବାତିଲ କରିପାରନ୍ତି ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨: ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ଏବେ ଜଳୁଛି ଉତ୍ତର ଭାରତ। ଆଉ ଏହି ଖବର ଏବେ ବିଦେଶରେ ମଧ୍ୟ ପହଞ୍ଚି ସାରିଛି। ଏହାର ପ୍ରଭାବ ପଡିଛି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ଭାରତ ଗସ୍ତ ଉପରେ। ଜାପାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ଆସାମରେ ଲାଗି ରହିଥିବା ହିଂସା ପରିସ୍ଥିତିକୁ ଦେଖି ଜାପାନ ପ୍ରଧାନମନ୍ତ୍ରୀ ତାଙ୍କ ଭାରତ ଗସ୍ତ ବାତିଲ କରିପାରନ୍ତି। ରବିବାର ସେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର କହିଥିଲେ ଭାରତ-ଜାପାନ ମଧ୍ୟରେ ହେବାକୁ ଥିବା ଶିଖର ବାର୍ତ୍ତାକୁ ନେଇ ଏବେ କିଛି କହିହେବନାହିଁ। ତେବେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କେଉଁଠି ବୈଠକ ହୋଇଥାଆନ୍ତା ତାହା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଏହା ଆସାମରେ ହେବାର ଥିଲା ବୋଲି କୁହାଯାଉଛି।

Share