Categories: ଜାତୀୟ

ଭାରତ ଗସ୍ତ ବାତିଲ କଲେ ବାଂଲାଦେଶର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨:ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବିକ୍ଷୋଭ ଜାରି ରହିଥିବାବେଳେ ଏହାର ପ୍ରଭାବ ଭାରତର ବୈଦେଶିକ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ବାଂଲାଦେଶର ଦୁଇଜଣ ବରିଷ୍ଠ ମନ୍ତ୍ରୀ ଭାରତ ଗସ୍ତ ବାତିଲ କରିଦେଇଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏ.କେ. ଅବ୍‌ଦୁଲ ମୋମେନ୍‌ ଭାରତ ଗସ୍ତ ବାତିଲ କରିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅସାଦୁଜ୍ଜାମନ୍‌ ଖାନ୍‌ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛନ୍ତି। ଅସାଦୁଜ୍ଜାମନ୍‌ ଶୁକ୍ରବାର ଦୁଇଦିନିଆ ମେଘାଳୟ ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ସେହିପରି ଅବ୍‌ଦୁଲ୍‌ ମୋମେନ୍‌ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା।

Share