ଭାରତ-ଚାଇନା ମଧ୍ୟରେ କଥାବାର୍ତ୍ତା ବିଫଳ: ସୀମାରେ ଉତ୍ତେଜନା ଜାରି

ନୂଆଦିଲ୍ଲୀ,୧୭।୬: ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ନିକଟସ୍ଥ ଗଲଓ୍ବାନ ଉପତ୍ୟକା ନିକଟରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ଦୁଇ ଦେଶ ମଧ୍ୟ ଚାଲିଥିବା ଆଲୋଚନା ବିଫଳ ରହିଛି। ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ଭାରତୀୟ ସେନା ଏହାର ପାଲଟା ଜବାବରେ ଚାଇନାର ୪୩ ଜଣ ସେନିକ ପ୍ରାଣ ହରାଇଛନ୍ତି। କିନ୍ତୁ ଚୀନ ୫ ଜଣ ସେନିକ ମରିଥିବାର ସ୍ବୀକାର କରୁଛି। ଉତ୍ତେଜନା ହ୍ରାସ ଲାଗି ଦୁଇ ଦେଶ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡିନି। ସୀମାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇ ରହିଛନ୍ତି। ବୁଧବାର ଶହୀଦଙ୍କ ସୂଚୀ ଜାରି କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗତ ୪୫ ବର୍ଷ ମଧ୍ୟରେ ଭାରତ-ଚୀନ ସୀମାରେ ଏଭଳି ସଂଘର୍ଷ କେବେ ଦେଖିବାକୁ ମିଳି ନ ଥିଲା।

Share