ଭାରତ-ଚାଇନା ଯୁଦ୍ଧକୁ ନେଇ ଏମିତି କହିଲା ଡ୍ରାଗନ ଏଆଇ.. ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ/ବେଜିଂ,୩୦।୧: ଏକ ଚାଇନା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ ଏକ ଏଆଇ ଆସିଷ୍ଟାଣ୍ଡ୍‌ DeepSeek ବିକଶିତ କରିଥିବା ଦାବି କରିଛି। ଏହା କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ବହୁତ କମ ମୂଲ୍ୟରେ ଆମେରିକାର OpenAIର ChatGPT ଏବଂ Googleର Gemini ସହିତ ସମକକ୍ଷ। ଚାଇନା ଏଥିରେ ଅନେକ ସୀମାବଦ୍ଧତା ମଧ୍ୟ ଲଗାଇଛି। ଏହି ଚାଇନା ଏଆଇ ମଡେଲ ଚାଇନା ସରକାରଙ୍କ ଦ୍ୱାରା ସମ୍ବେଦନଶୀଳ ବିବେଚିତ ପ୍ରଶ୍ନର ଉତ୍ତର ଦେବାରୁ ବିରତ ରହୁଛି। DeepSeek ଭାରତ-ଚାଇନା ସମ୍ପର୍କ, ଚାଇନା-ତାଇୱାନ ସମ୍ପର୍କ ଏବଂ ଅନ୍ୟାନ୍ୟ ରାଜନୈତିକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଚୁପ୍‌ ରହିଥିଲା।
ଏ ବିଷୟରେ ପଚରାଯିବାରୁ DeepSeek ପକ୍ଷରୁ କୁହାଯାଇଥିଲା, କ୍ଷମା କରିବେ, ଏହା ମୋର ବର୍ତ୍ତମାନର କ୍ଷମତା ବାହାରେ। ଅନ୍ୟ କିଛି ଆଲୋଚନା କରନ୍ତୁ। କିନ୍ତୁ ChatGPT କିମ୍ବା Gemini ଏସବୁ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରନ୍ତି, ମୃତ୍ୟୁୁ
ଏହା ବ୍ୟତୀତ, DeepSeekକୁ ୧୯୬୨ ଭାରତ-ଚାଇନା ଯୁଦ୍ଧ ବିଷୟରେ ପଚରାଯିବାରୁ, ସେ ଏହା ଉପରେ ଆଲୋଚନା କରିବାକୁ ସତର୍କତାର ସହ ମନା କରିଦେଲା। ଭାରତ-ଚାଇନା ଯୁଦ୍ଧ କାହିଁକି ହୋଇଥିଲା?’ କିମ୍ବା ଭାରତ-ଚାଇନା ଯୁଦ୍ଧର ସାରାଂଶ ପ୍ରସ୍ତୁତ କରନ୍ତୁ’ ଭଳି ପ୍ରଶ୍ନରୁ ଧ୍ୟାନ ହଟାଇ ଦେଇଥିଲା। ତୁଳନାତ୍ମକ ଭାବରେ, ChatGPT କିମ୍ବା Gemini ଯୁଦ୍ଧ କିପରି ଏବଂ କାହିଁକି ଘଟିଲା ସେ ବିଷୟରେ ଐତିହାସିକ ବିବରଣୀ ପ୍ରଦାନ କରନ୍ତି।

କେବଳ ଏତିକି ନୁହେଁ, DeepSeek ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ, ବିଶେଷକରି ଅରୁଣାଚଳ ପ୍ରଦେଶ ସହିତ ଜଡିତ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲା। DeepSeekକୁ ପଚରାଯାଇଥିଲା ଯେ ଅରୁଣାଚଳ ପ୍ରଦେଶ କ’ଣ ଏକ ଭାରତୀୟ ରାଜ୍ୟ? ଡିପସିକ ପ୍ରଶ୍ନଟିକୁ ଏଡ଼ାଇ ଦେଇ କହିଥିଲା, ଦୁଃଖିତ ଏହା ମୋର ବର୍ତ୍ତମାନର ପରିସର ବାହାରେ, ଆସନ୍ତୁ ଅନ୍ୟ କିଛି ବିଷୟରେ କଥା ହେବା। ଚାଇନା ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳର ଏକ ଅଂଶ ବୋଲି ମାନିଥାଏ ଏବଂ ଭାରତୀୟ ରାଜ୍ୟକୁ ‘ଦକ୍ଷିଣ ତିବ୍ଦତ’ ବୋଲି କୁହେ। ଭାରତ ସରକାର ଚୀନର ଏହି ଦାବି ଉପରେ ଲଗାତାର ଆପତ୍ତି କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକୁମ୍ଭରୁ ମାଟି ଆଉ ସଙ୍ଗମରୁ ଜଳ ନେଇ ନେପାଳ ଯାଉଛନ୍ତି ଶ୍ରଦ୍ଧାଳୁ, ଜାଣନ୍ତୁ କ’ଣ ରହିଛି କନେକଶନ

ପ୍ରୟାଗରାଜ/କାଠମାଣ୍ଡୁ,୨୦।୨: ମାତା ଜାନକୀଙ୍କ ମାତୃଭୂମି ନେପାଳରୁ ବହୁ ସଂଖ୍ୟକ ଭକ୍ତ ମହାକୁମ୍ଭକୁ ଆସୁଛନ୍ତି। ଏପର୍ଯ୍ୟନ୍ତ ୫୦ଲକ୍ଷରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇ ସାରିଛନ୍ତି।...

ସମ୍ପର୍କରେ ଫାଟ! ଭାରତକୁ ନେଇ ମସ୍କ ନେଇଥିବା ନିଷ୍ପତ୍ତି ପରେ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୨: ଟେସଲା ଭାରତ ଆସିବାର ରିପୋର୍ଟ ଆସିଛି। ଯଦିଓ ସରକାର ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହିନାହାଁନ୍ତି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲୋନ...

ସିଇସି, ଇସି ନିଯୁକ୍ତି ବିରୋଧୀ ଆବେଦନର ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ,୨୦ା୨(ପିଟି): ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ଙ୍କୁ ନିଯୁକ୍ତି ସମ୍ପର୍କିତ ୨୦୨୩ର ଆଇନ ବିରୋଧରେ ଦାଖଲ ଏକାଧିକ ଆବେଦନର ଶୁଣାଣିକୁ...

ରାଜନୈତିକ କାରଣରୁ ସୁନୀତାଙ୍କୁ ମହାକାଶରେ ଛାଡ଼ିଥିଲେ ବାଇଡେନ୍‌: ମସ୍କ

ଓ୍ବାଶିଂଟନ, ୨୦।୨: ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋର ଗତ ପ୍ରାୟ ୧୦ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ...

ଖବର ପ୍ରକାଶନ ପୂର୍ବରୁ ସାବଧାନ ରହୁ ଗଣମାଧ୍ୟମ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୨: ସୁପ୍ରିମକୋର୍ଟ ବୁଧବାର ଏକ ମାମଲାର ଶୁଣାଣିକରି ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି। ୨୦୧୪ ଜୁନ୍‌ ୨୭ରେ ଏକ ପେଣ୍ଟିଂ ନିଲାମକାରୀ ସଂସ୍ଥାକୁ...

ଅନ୍‌ଲାଇନ ଟ୍ରୋଲ୍‌: ଦକ୍ଷିଣ କୋରିଆ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ସିଓଲ, ୨୦।୨: ଦକ୍ଷିଣ କୋରିଆର ଅଭିନେତ୍ରୀ କିମ୍‌ ସେ-ରନ୍‌(୨୪)ଙ୍କ ମୃତ୍ୟୁକୁ ନେଇ କୋରିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଛି। ରବିବାର ରାତିରେ ସିଓଲସ୍ଥିତ ବାସଭବନରୁ ତାଙ୍କର ମୃତଦେହ...

ସଙ୍ଗମ ଜଳ ପ୍ରଦୂଷଣ: କେନ୍ଦ୍ରୀୟ ସଂସ୍ଥା-ଯୋଗୀ ମୁହଁାମୁହିଁ

ନୂଆଦିଲ୍ଲୀ, ୨୦ା୨ (ପି.ଟି.): ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଚାଲିଛି ମହାକୁମ୍ଭ। ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ବତୀ ନଦୀର ମିଳନସ୍ଥଳ ସଙ୍ଗମରେ ବୁଡ଼ ପକାଇ...

ସୀମା ବାହାର ଟିକେଟ କାହିଁକି ବିକୁଥିଲ

ନୂଆଦିଲ୍ଲୀ,୨୦ା୨: ନୂଆଦିଲ୍ଲୀ ରେଳଷ୍ଟେଶନରେ ଗତ ୧୫ ତାରିଖରେ ଦଳାଚକଟା ଯୋଗୁ ମହାକୁମ୍ଭକୁ ଯିବା ପାଇଁ ବାହାରିଥିବା ୧୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ବୁଧବାର ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image