Categories: ଜାତୀୟ

ଭାରତ-ଚାଇନା ଶାନ୍ତି ପାଇଁ ରାଜି: ହଟିବେ ଦୁଇପକ୍ଷ

ଲଦାଖ, ୨୩।୬: ଲଦାଖର ଗଲଓ୍ବାନ ଘାଟିରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିବାର ୭ ଦିନ ପରେ ଶାନ୍ତି ପାଇଁ ଦୁଇପକ୍ଷ ରାଜି ହୋଇଛନ୍ତି। ପୂର୍ବ ଲଦାଖ ସମେତ ସଂଘର୍ଷ ଘଟିଥିବା ଅଞ୍ଚଳରୁ ଦୁଇପକ୍ଷ ହଟିବାକୁ ସହମତି ପ୍ରକାଶ କରିଛନ୍ତି। ୧୫ ତାରିଖ ରାତିରେ ଗଲଓ୍ବାନରେ ହିଂସକ ସଂଘର୍ଷ ହେବାପରେ ଭାରତ ଚାଇନା ମଧ୍ୟରେ ଦ୍ୱିତୀୟ ଥର ଲାଗି ଲ୍ୟୁଟନାଣ୍ଟ୍‌ ଜେନେରାଲସ୍ତରୀୟ ଆଲୋଚନା ଆରମ୍ଭ ହୋଇଥିଲା। ୧୧ ଘଣ୍ଟା ଧରି ଆଲୋଚନା ହେବାପରେ ଦୁଇପକ୍ଷଙ୍କ ମଧ୍ୟରେ ସହମତି ହୋଇଥିବା କୁହାଯାଉଛି। ଭାରତ ପକ୍ଷରୁ ୧୪-ବି କୋର କମାଣ୍ଡର ଲ୍ୟୁଟନାଣ୍ଟ୍‌ ଜେନେରାଲ ହରିନ୍ଦର ସିଂ ଚାଇନା ପ୍ରତିପକ୍ଷଙ୍କ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା କରିଥିଲେ।

Share