ଭାରତ-ଚାଇନା ସଂଘର୍ଷରେ ଶହୀଦ ହୋଇଛନ୍ତି ରାଇରଙ୍ଗପୁରର ଯବାନ ନନ୍ଦୁରାମ, ଗ୍ରାମରେ ଶୋକର ଛାୟା

ରାଇରଙ୍ଗପୁର,୧୭।୬(ଡି.ଏନ୍‌.ଏ.): ଗଲଓ୍ବାନ୍‌ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ସେଥିରେ ୨ଜଣ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି। ସେମାନେ ହେଲେ କନ୍ଧମାଳ ଜିଲା ରାଇକିଆ ବ୍ଲକ ବିୟରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ(୨୮), ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବିଜାତଳା ବ୍ଲକ ଚମ୍ପାରଦା ଗ୍ରାମର ନନ୍ଦୁରାମ ସୋରେନ୍‌।

ନନ୍ଦୁରାମ ୧୯୯୭ ମସିହାରେ ବିହାର ରାଜ୍ୟ ୧୬ନଂ ରେଜିମେଣ୍ଟରେ ସେନା ବାହିନୀରେ ଯୋଗଦେଇଥିଲେ। ଗତ ଫେବୃୟାରୀରେ ସେ ଘରକୁ ଆସିଥିବା ବେଳେ ଏପ୍ରିଲରେ କାର୍ଯ୍ୟକ୍ଷେତ୍ରକୁ ଫେରିଥିଲେ। ତାଙ୍କର ୩ କନ୍ୟା ଅଛନ୍ତି। ସେ ଶହୀଦ ହୋଇଥିବା ନେଇ ଖବର ମିଳିବା ପରେ ପରିବାର ତଥା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Share