Advertisement

ଭାରତ-ଚାଇନା ସୀମା ବିବାଦ ଉପରେ ଆମେରିକାର ନଜର: କହିଲା, ଶାନ୍ତିପୂର୍ଣ୍ଣ ସମାଧାନ ହେଉ

ୱାଶିଂଟନ,୧୭।୬: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ ପ୍ରାଣ ହରାଇଛନ୍ତି। ପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଥିରେ ଦୁଃଖ ପ୍ରକାଶ କରିଛି ଆମେରିକା। ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି, ଭାରତ-ଚାଇନା ସୀମା ବିବାଦ ଉପରେ ଆମେରିକା ନଜର ରଖିଛି। ଶହୀଦଙ୍କ ପରିବାର ସମବେଦନା ଜଣାଇ ଆମେରିକା କହିଛି, ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେଉ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share