ଭାରତ-ଚାଇନା ସୀମା ବିବାଦ: ଟ୍ରମ୍ପ୍‌ ସାଜିବେ କି ମଧ୍ୟସ୍ଥି !

ଓ୍ବାଶିଂଟନ, ୨୧।୬: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି ସାଜିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା କୁହାଯାଉଛି। ସେ କହିଛନ୍ତି ଯେ, ଭାରତ ଚାଇନା ମଧ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ଏନେଇ ଦୁଇଦେଶ ସହିତ ସେ କଥାବାର୍ତ୍ତା ଆରମ୍ଭ କରିବେ। ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଆମେରିକା ଉଦ୍ୟମ ଜାରି ରଖିଥିବା ଟ୍ରମ୍ପ୍‌ କହିଛନ୍ତି। ଗତ ମାସରେ ମଧ୍ୟ ମଧ୍ୟସ୍ଥତା ଲାଗି ଟ୍ରମ୍ପ୍‌ ପରାମର୍ଶ ଦେଇଥିଲେ। ତେବେ ଏହାକୁ ଭାରତ ଏବଂ ଚାଇନା ପକ୍ଷରୁ ମନା କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ତୃତୀୟ ପକ୍ଷର କୌଣସି ଆବଶ୍ୟକତା ନାହିଁ ବୋଲି ଭାରତ ଏବଂ ଚାଇନା ପକ୍ଷରୁ ଟ୍ରମ୍ପ୍‌ଙ୍କୁ ଜବାବ ଦିଆଯାଇଥିଲା। କିନ୍ତୁ ଏବେ ଟ୍ରମ୍ପ୍‌ ପୁଣି ପୁରୁଣା କଥା ଦୋହରାଇଛନ୍ତି।

Share