ଭାରତ-ଚାଇନା ସୀମା ବିବାଦ ନେଇ ଭଲ ମୁଡ୍‌ରେ ନାହାନ୍ତି ମୋଦି: ଟ୍ରମ୍ପ୍‌

ୱାଶିଂଟନ,୨୯।୫: ଭାରତ ଓ ଚାଇନା ସୀମା ବିବାଦ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ମୋଦିଙ୍କ ମୁଡ ଆଦୌ ଭଲ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଉଭୟ ଦେଶର ବିବାଦରେ ମଧ୍ୟସ୍ଥି ସାଜିବାକୁ ପ୍ରସ୍ତାବ ଦେଇଥିବା ଟ୍ରମ୍ପ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ସବୁଠାରୁ ବଡ ବିବାଦ ଚାଲିଛି। ମୁଁ ମୋଦିଙ୍କୁ ବହୁତ ପସନ୍ଦ କରେ। ସେ ଜଣେ ଭଦ୍ରଲୋକ। ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦ ଆଗକୁ ବଡ ରୂପ ଧାରଣ କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି ଦୁଇ ଦେଶ ଚାହିଁବେ, ତା’ହେଲେ ମୁଁ ନିଶ୍ଚିତ ସହଯୋଗ କରିବି। ଭାରତ-ଚାଇନା ଏହି ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share