ନୂଆଦିଲ୍ଲୀ,୧୫।୬: ଭାରତ-ଚାଇନା ସୀମା ବିବାଦର ସମାଧାନ କରିବାକୁ ଏବେ ବ୍ରିଗେଡିୟର ଓ କର୍ନେଲ ସ୍ତରରେ କଥାବାର୍ତ୍ତା ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ପୂର୍ବ ଲଦ୍ଦାଖର ଗଲଓ୍ବା ନଦୀ ଓ ହଟ୍ ସ୍ପ୍ରିଙ୍ଗରେ ଚାଲିଥିବା ପ୍ରବେଶ ଉଦ୍ୟମକୁ ନେଇ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ କରିବାକୁ ଚେଷ୍ଟା ଚାଲିଛି। ଏହାକୁ ନେଇ କିଛି ସ୍ଥାନରେ ସେନା ସଂଖ୍ୟାକୁ ମଧ୍ୟ କମ୍ କରି ଦିଆଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଜୁନ ୬ରେ ହୋଇଥିବା ସେନା କମାଣ୍ଡର କଥାବାର୍ତ୍ତାରେ ଦୁଇପକ୍ଷ ସକରାତ୍ମକ ମନୋଭାବ ଦେଖାଇଥିବା ବେଳେ ଉଭୟ ପରଭସ୍ପରର ସେନାଙ୍କୁ ପଛକୁ ଘୁଞ୍ଚାଇ ନେବାକୁ ରାଜି ହୋଇଥିଲେ।