ଓ୍ବାଶିଂଟନ୍,୨୭।୫: କିଛି ଦିନରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିବାଦକୁ ସମାଧାନ କରିବା ପାଇଁ ଏବେ ଆମେରିକା ଆଗକୁ ଆସିଛି। ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶର ସୀମା ବିବାଦ ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ପ୍ରସ୍ତୁତ ରହିଛି ବୋଲି ଟୁଇଟ କରି କହିଛନ୍ତି। ଏନେଇ ଭାରତ ଓ ଚାଇନାକୁ ଟ୍ରମ୍ପ ଟୁଇଟ କରି ସୂଚିତ କରିବା ସହ ସୀମା ବିବାଦର ସମାଧାନ ପାଇଁ ଆମେରିକା ଇଚ୍ଛୁକ ଏବଂ ସକ୍ଷମ ବୋଲି ସେ କହିଛନ୍ତି। ସୁଚନା ମୁତାବକ ଚଳିତ ମାସ ଆରମ୍ଭରୁ ଲଦାଖରେ ଚାଇନା ସୈନ୍ୟ ଓ ଭାରତୀୟ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଚାଇନା ପକ୍ଷରୁ ସୀମାରେ ଲଗାତର ସୈନ୍ୟ ସଂଖ୍ୟା ବଢ଼ାଇବା ପରେ ଏବେ ଭାରତ ମଧ୍ୟ ନିଜର ସୈନ୍ୟ ସଂଖ୍ୟା ବଢ଼ାଇଛି। ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ଅସନ୍ତୋଷକୁ ଦେଖିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ନିଷ୍ପତି ନେଇଛନ୍ତି।