ଭାରତ, ଚାଇନା ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଛି: ପିଏଲ୍‌ଏ

ବେଜିଂ, ୨୭।୧୨: ଭାରତ ଏବଂ ଚାଇନା ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି.ଜିନପିଙ୍ଗ୍‌ଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଚାଇନାର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)ପକ୍ଷରୁ କୁହାଯାଇଛି। ଏହି ଦୁଇ ରାଷ୍ଟ୍ରନେତାଙ୍କ ନେତୃତ୍ୱରେ ସହଯୋଗ ଏବଂ କୂଟନୀତିକ ଆଲୋଚନା ସୁଦୃଢ ହେଉଛି ଚାଇନାର ପ୍ରତିରକ୍ଷା ପ୍ରବକ୍ତା କର୍ନେଲ ଉ. କିଆନ କହିଛନ୍ତି। ଏଥିପାଇଁ ସେ ମୋଦି ଏବଂ ଜିନପିଙ୍ଗ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି।  ଦୁଇ ଦେଶ ଆତଙ୍କବାଦ ବିରୋଧରେ ଏକତ୍ର ହୋଇ କାମ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

Share