ଭୁବନେଶ୍ୱର, ୧୭।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଭାରତ-ଚାଇନା ସେନା ମୁହାଁମୁହିଁ ଘଟଣାରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି। ସେମାନେ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ(୨୮) ଏବଂ ନନ୍ଦୁରାମ ସୋରେନ।
ଚନ୍ଦ୍ରକାନ୍ତଙ୍କ ଘର ରାଇକିଆ ବ୍ଲକ ବିୟରପାଙ୍ଗା ଗ୍ରାମରେ। ୬ ବର୍ଷ ତଳେ ସେ ଭାରତୀୟ ସେନାରେ ଯୋଗଦେଇଥିଲେ। ୧୬ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ ଚନ୍ଦ୍ରକାନ୍ତ। ୨ ବର୍ଷ ହେଲା ସେ ଲଦାଖରେ ଡ୍ୟୁଟି କରୁଥିଲେ। ଅନ୍ୟ ଶହୀଦ ଯବାନ ନନ୍ଦୁରାମଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ ଚମ୍ପାରଦା ଗାଁରେ। ୧୬ ବିହାର ରେଜିମେଣ୍ଟରେ ଯୋଗଦେଇଥିଲେ।