Categories: ଜାତୀୟ

ଭାରତ ଛାଡିବେ ରୋହିଙ୍ଗ୍ୟା ଶରଣାର୍ଥୀ

ଜମ୍ମୁ,୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଲାଗୁ ହେବା ପରେ ରୋହିଙ୍ଗ୍ୟା ଶରଣାର୍ଥୀ ଭାରତ ଛାଡିବେ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଜମ୍ମୁରେ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି। ସିଏଏ ଦ୍ୱାରା ରୋହିଙ୍ଗ୍ୟାମାନେ ଭାରତର ନାଗରିକତା ପାଇପାରିବେ ନାହିଁ। ସରକାରୀ ହିସାବ ଅନୁସାରେ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୫,୭୦୦ ରୋହିଙ୍ଗ୍ୟା ରହୁଛନ୍ତି। ଏମାନେ ସମସ୍ତେ କିପରି ଭାରତ ଛାଡିବେ ସେ ନେଇ ସରକାର ଚିନ୍ତା କରିବେ ବୋଲି ସେ କହିଛନ୍ତି।

Share