Categories: ଜାତୀୟ

ଭାରତ-ଜାମ୍ବିଆ ୬ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ,୨୨ା୮: ଭାରତ ଓ ଜାମ୍ବିଆ ମଧ୍ୟରେ ବୁଧବାର ୬ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ବାଣିଜ୍ୟ, ପୁଞ୍ଜିନିବେଶ, ଖଣି ସମ୍ପଦ, ପ୍ରତିରକ୍ଷା ସହଯୋଗ ଓ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାମ୍ବିଆ ରାଷ୍ଟ୍ରପତି ଏଡ୍‌ଗାର ଛାଗ୍‌ଓ୍ବା ଲୁଙ୍ଗୁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ମିଳିତ ଖବରଦାତା ସମ୍ମିଳନୀକୁ ଦୁଇନେତା ସମ୍ବୋଧନ କରିଥିଲେ। ସ୍ବାସ୍ଥ୍ୟ, ଶକ୍ତି ଓ ବିଭିନ୍ନ ପ୍ରକଳ୍ପ କାମରେ ଭାରତ ଜାମ୍ବିଆକୁ ସହଯୋଗ କରିବ ବୋଲି ମୋଦି କହିଥିଲେ। କୃଷି, ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, କଳା ସଂସ୍କୃତି ଆଦି କ୍ଷେତ୍ରରେ ଦୁଇଦେଶ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରିବେ। ଭାରତର ବାୟୁସେନା ପ୍ରଶିକ୍ଷଣ ଟିମ୍‌ ଜାମ୍ବିଆରେ ସେନା ପ୍ରଶିକ୍ଷଣ ଓ ସହଯୋଗ କାର୍ଯ୍ୟକରିବେ ବୋଲି ମୋଦି କହିଛନ୍ତି।

Share