Categories: ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ରୋହିତଙ୍କ ଅର୍ଦ୍ଧଶତକ, ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତ ସ୍କୋର ୯୧/୦

ବିଶାଖାପାଟଣା,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ବୁଧବାରଠାରୁ ଆରମ୍ଭ ହୋଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରାରମ୍ଭରୁ ରକ୍ଷାତ୍ମକ ଖେଳ ପ୍ରଦର୍ଶନ କରିଛି। ପ୍ରଥମଥର ପାଇଁ ଟେଷ୍ଟରେ ଓପନିଂ କରିବାକୁ ଆସିଥିବା ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ମଧ୍ୟାହ୍ନଭୋଜନ ବିରତି ବେଳକୁ ଭାରତ ବିନା କୌଣସି ଉଇକେଟ୍‌ ହରାଇ ୯୧ ରନ୍‌ ସଂଗ୍ରହ କରିଛି। ରୋହିତ ୮୪ଟି ବଲ୍‌ ଖେଳି ୫୨ ରନ୍‌ କରିଥିବାବେଳେ ମୟଙ୍କ ଅଗ୍ରଓ୍ବାଲ୍‌ ୩୯ରନରେ ଅପରାଜିତ ରହିଛନ୍ତି।

Share