Categories: ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍‌ ଜିଣି ପ୍ରଥମେ ଭାରତର ବ୍ୟାଟିଂ ନିଷ୍ପତ୍ତି

ବିଶାଖାପାଟଣା,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବୁଧବାରଠାରୁ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚରେ ଭାରତ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ପାଇଁ ଭାରତ ପାଇଁ ଚୂଡାନ୍ତ ଏକାଦଶ ପୂର୍ବରୁ ଘୋଷଣା କରିସାରିଛି, ଯେଉଁଥିରେ ଅନେକ ପରିବର୍ତ୍ତନ କରାଯାଇଛି। ରୋହିତ୍‌ ଶର୍ମା ଏହି ମ୍ୟାଚରେ ପ୍ରଥମଥର ପାଇଁ ଟେଷ୍ଟରେ ଇନିଂସ ଓପନ କରିବେ। ସେହିପରି ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ସ୍ଥାନରେ ଋଦ୍ଧିମାନ ସାହାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି। ସେହିପରି ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ଏହି ଟିମରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ ଭାରତ ଗସ୍ତରେ କିଛି ନୂଆ ଖେଳାଳିଙ୍କ ସହ ଆସିଛି ଏବଂ ସେମାନଙ୍କ ବିପକ୍ଷରେ ଆୟୋଜକ ଟିମକୁ ବିଜୟର ପ୍ରବଳ ଦାବିଦାର କୁହାଯାଉଛି।

Share