Categories: ଜାତୀୟ

ଭାରତ ନିର୍ମାଣ କରିବ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର କିଟ୍‌ : ବାୟୁସେନାର ଶକ୍ତି ହେବ ବୃଦ୍ଧି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଭାରତ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର ନିର୍ମାଣ କରିବ। ଏନେଇ ଭାରତର ହାଇଦ୍ରାବାଦ୍‌ସ୍ଥିତ କଲ୍ୟାଣୀ ଗ୍ରୁପ୍‌ ସହିତ ଇସ୍ରାଏଲ୍‌ର ରାଫାଲ ଆଡଭାନ୍ସଡ୍‌ ଡିଫେନ୍ସ ସିଷ୍ଟମ୍‌ ସହିତ କ୍ଷେପଣାସ୍ତ୍ର କିଟ୍‌ ନିର୍ମାଣ ପାଇଁ ବୁଝାମଣା ହୋଇଛି। ଏଥିରେ ଶହେ ନିୟୁତ ଡଲାର ଖର୍ଚ୍ଚ ହେବ ବୋଲି କୁହାଯାଉଛି। ଏହାର ନିର୍ମାଣ ହାଇଦ୍ରାବାଦ୍‌ସ୍ଥିତ ପ୍ରତିରକ୍ଷା ଓ ଏରୋସ୍ପେସ୍‌ ହବ୍‌ରେ କରାଯିବ। ଏହା ଦ୍ୱାରା ବାୟୁସେନା ସହିତ ସ୍ଥଳସେନାର ଶକ୍ତି ବୃଦ୍ଧି ପାଇବ।

Share