ସୀତାମଢି,୧୨ ।୬: ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ସୀମାରେ ଦୁଇ ଦେଶ ମଧ୍ୟରେ ବିବାଦ ଯୋଗୁ ଗୁଳିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନେପାଳ ପୋଲିସ ଏହି ଗୁଳିକାଣ୍ଡ ଘଟାଇଛି। ୩ ଜଣ ଭାରତୀୟଙ୍କ ଉପରେ ଗୁଳିମାଡ କରାଯାଇଥିଲା। ସୂଚନାଯୋଗ୍ୟ, ଭାରତ-ନେପାଳ ଭିତରେ ସୀମାକୁ ନେଇ ବିବାଦ ଚାଲିଛି। ନିକଟରେ ନେପାଳ ସଂସଦରେ ଏହାକୁ ନେଇ ଏକ ପ୍ରସ୍ତାବ ପାସ୍ କରାଯାଇଛି। ଯେଉଁଥିରେ ଭାରତର ବହୁ ସୀମାବର୍ତ୍ତୀ ଅଂଶକୁ ନେପାଳ ବୋଲି କୁହାଯାଇଚି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଛି।