Categories: ରାଜ୍ୟ

‘ଭାରତ ପଢ଼େ ଅନ୍‌ଲାଇନ୍‌’: କୁଳପତି, ଅଧ୍ୟକ୍ଷକଙ୍କ ପରାମର୍ଶ ଲୋଡ଼ିଲା ୟୁଜିସି

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ସ୍କୁଲ୍‌ ଓ ପାଠପଢ଼ା ବନ୍ଦ ରହିଛି। ଏହା ପିଲାଙ୍କ ଭବିଷ୍ୟତ ପ୍ରସଙ୍ଗ ହୋଇଥିବାରୁ ଅନ୍‌ଲାଇନ୍‌ ପାଠ ପଢ଼ିବା ନିମନ୍ତେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ ଦେଶରୁ ସବୁ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକଙ୍କୁ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂହ ଚିଠି ଲେଖି ପରାମର୍ଶ ମାଗିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ପୋଖରୀଆଲ ନିଶଙ୍କ ‘ଭାରତ ପଢ଼େ ଅନ୍‌ଲାଇନ୍‌’ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଏହାର ରୂପରେଖ ପ୍ରସ୍ତୁତ ଲାଗି କୁଳପତି, ଶିକ୍ଷୟିତ୍ରୀ, ଶିକ୍ଷକ, ଛାତ୍ରୀଛାତ୍ରଙ୍କଠାରୁ ପରାମର୍ଶ ଲୋଡ଼ାଯାଇଛି। ଆସନ୍ତା ୧୭ ତାରିଖ ମଧ୍ୟରେ ନିଜ ନିଜ ପରାମର୍ଶ ଟୁଇଟର ଜରିଆରେ #BharatPadheOnline ଲେଖି ୟୁଜିସି ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଟ୍ୟାଗ୍‌ କରିପାରିବେ। ସେହିପରି bharatpadheonline.mhrd.gmail.comକୁ ଇମେଲ ଜରିଆରେ ମଧ୍ୟ ମତାମତ ପଠାଇପାରିବେ।

Share