ଭାରତ ପାଇଁ କରୋନା ଟାଇମ୍‌ ବମ୍‌ ପାଲଟିଲା ନିଜାମୁଦ୍ଦିନ୍‌ର ଧାର୍ମିକ ସମାବେଶ

ନିଜାମୁଦ୍ଦିନ୍‌,୩୧।୩: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ମରକଜ୍‌ ତବଲିଗି ଜମାତ୍‌ ଧାର୍ମିକ ସମାବେଶ ଭାରତ ପାଇଁ କରୋନା ଟାଇମ୍‌ ବମ୍‌ ପାଲଟିଥିବା କୁହାଯାଉଛି। ଏଥିରେ ୪୦୦ରୁ ଅଧିକ ଲୋକ ସାମିଲ୍‌ ହୋଇଥିଲେ। ସେମାନଙ୍କମଧ୍ୟରୁ ୨୦୦ଜଣରୁ ଅଧିକ କରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଏଠାରେ ଯୋଗଦେଇ ତେଲେଙ୍ଗାନା ଫେରିଥିବା ଲୋକଙ୍କ ମଧ୍ୟରୁ ଇତିମଧ୍ୟରେ ୬ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୩୪୭କୁ ବୃଦ୍ଧି ପାଇଛି।

Share