ଭାରତ-ପାକିସ୍ତାନ କଳିରୁ ଲାଭରେ ଆମେରିକା: ଗରିବ ପାକିସ୍ତାନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପାଇଁ ୨୪ ଘଣ୍ଟିଆ ସହାୟତା ଯୋଗାଇବ ଆମେରିକା

ଓ୍ବାଶିଂଟନ୍‌,୨୭।୭: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥିରୁ ଆମେରିକା ବେଶ୍‌ ଲାଭରେ ରହିଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଆମେରିକା ଗସ୍ତର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଏହା ଅନ୍ତର୍ଗତ ଆମେରିକା ପାକିସ୍ତାନକୁ ଏଫ୍‌-୧୬ ଯୁଦ୍ଧ ବିମାନର ୨୪ ଘଣ୍ଟିଆ ତଦାରଖ ପାଇଁ ଆବଶ୍ୟକ କର୍ମଚାରୀ ଯୋଗାଇଦେବାକୁ ସବୁଜ ସଙ୍କେତ ଦେଇଛି। ଏଥିଲାଗି ୧୨୫ ନିୟୁତ ଡଲାର ବା ୮୬୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ଭଲ ନ ଥିଲେ ମଧ୍ୟ ଏହି ଯୁଦ୍ଧ ବିମାନ ତାଦରଖ ସହାୟକ ଚୁକ୍ତି ସ୍ବାକ୍ଷର ହୋଇଛି। ବାଲାକୋଟ୍‌ରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆମେରିକାଠାରୁ ଏହି ଯୁଦ୍ଧ ବିମାନର ୨୪ ଘଣ୍ଟିଆ ତଦାରଖ ପାଇଁ ଚିନ୍ତା କରିଥିଲା। ଏଥିପାଇଁ ଆମେରିବା ୬୦ ଜଣ ସହାୟକକର୍ମୀଙ୍କୁ ଯୋଗାଇଦେବ। ଏହାଦ୍ୱାରା ସୀମାରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା କୁହାଯାଉଛି।

Share