Categories: ଜାତୀୟ

ଭାରତ-ପାକିସ୍ତାନ ପରସ୍ପର ମଧ୍ୟରେ ଶେୟାର କଲେ ଏହି ଲିଷ୍ଟ: ୩୨ ବର୍ଷ ହେବ ଚାଲିଛି ପରମ୍ପରା

ନୂଆଦିଲ୍ଲୀ,୧।୧: ୩୨ ବର୍ଷ ପୁରୁଣା ପରମ୍ପରାକୁ ଜାରି ରଖି ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ନ୍ୟୁକ୍ଲିୟର୍‌ ଇନ୍‌ଷ୍ଟାଲେଶନର ତାଲିକା ଆଦାନପ୍ରଦାନ କରିଛନ୍ତି। ଏହି ଚୁକ୍ତି ଉଭୟ ପକ୍ଷକୁ ପରସ୍ପରର ଆଟମିକ୍‌ ଫାସିଲିଟିଜ୍‌ ଉପରେ ଆକ୍ରମଣ କରିବାକୁ ରୋକିଥାଏ। ଏହି ଆଦାନପ୍ରଦାନ ନୂଆଦିଲ୍ଲୀ ଏବଂ ଇସଲାମାବାଦର କୂଟନୀତିଜ୍ଞଙ୍କ ମାଧ୍ୟମରେ କରାଯାଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।
ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିଜ ବିବୃତ୍ତିରେ କହିଛି, ଭାରତ ଏବଂ ପାକିସ୍ତାନ ଆଜି ନୂଆଦିଲ୍ଲୀ ଏବଂ ଇସଲାମାବାଦରେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ନ୍ୟୁକ୍ଲିୟର୍‌ ଇନ୍‌ଷ୍ଟାଲେଶନର ତାଲିକା ଆଦାନପ୍ରଦାନ କରିଛନ୍ତି। ଚୁକ୍ତିନାମା ଅନୁଯାୟୀ ଏହା କରାଯାଇଛି।
ଏହି ଚୁକ୍ତିନାମା ୩୧ ଡିସେମ୍ବର ୧୯୮୮ରେ ସ୍ବାକ୍ଷରିତ ହୋଇଥିଲା ଏବଂ ୨୭ ଜାନୁୟାରୀ ୧୯୯୧ରେ କାର୍ଯ୍ୟକାରୀ ହୋଇଥିଲା। ଚୁକ୍ତିନାମା ଅନୁଯାୟୀ ଭାରତ ଏବଂ ପାକିସ୍ତାନକୁ ପ୍ରତିବର୍ଷ ଜାନୁଆରୀ ୧ରେ ନ୍ୟୁକ୍ଲିୟର୍‌ ଇନ୍‌ଷ୍ଟାଲେଶନର ତାଲିକା ବିଷୟରେ ପରସ୍ପରକୁ ଜଣାଇବାକୁ ପଡିବ।

Share