ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା କମିଛି: ମୋଦି-ଇମ୍ରାନ୍‌ଙ୍କୁ ଖୁବ୍‌ ଶୀଘ୍ର ଭେଟିବାକୁ ସୂଚନା ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭।୯: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ପୁଣି ଥରେ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମନ୍ତବ୍ୟ ଦେଇଛନ୍ତିି। ଜମ୍ମୁ-କଶ୍ମୀର ନାମ ନ ନେଇ ଟ୍ରମ୍ପ୍‌ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିଛି । ସେ ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାଁଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୨ରେ ଟ୍ରମ୍ପ୍‌ ମୋଦିଙ୍କୁ ଭେଟିବେ। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ କେବେ ଟ୍ରମ୍ପ୍‌ ଭେଟିବେ ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି।

Share