ଓ୍ବାଶିଂଟନ,୧୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆଗ୍ରହୀ ଥିବା କହିଛନ୍ତି। ଦୁଇ ଦେଶ ମଧ୍ୟରେ ଗତ ୨ ସପ୍ତାହ ମଧ୍ୟରେ ଉତ୍ତେଜନା କମିଛି। ତେବେ ଏହି ପ୍ରସଙ୍ଗରେ ଯଦି ମଧ୍ୟସ୍ଥତା ଲୋଡ଼ାଯାଏ ସେଥି ଲାଗି ଟ୍ରମ୍ପ୍ ରାଜି ଥିବା ସୂଚନା ଦେଇଛନ୍ତି। ଭାରତ-ପାକିସ୍ତାନ ଉଭୟ ଆମେରିକା ମଧ୍ୟସ୍ଥତା କରିବାକୁ ଚାହୁଁଥିବା ଜାଣିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନେ ଏନେଇ ପଦକ୍ଷେପ ଗ୍ରହଣ କରି ପାରନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨୬ରେ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପ୍ଙ୍କ ମଧ୍ୟରେ ଆଲୋଚନା ହେବାର ୨ ସପ୍ତାହ ପରେ ଟ୍ରମ୍ପ୍ ପୁଣିଥରେ ମଧ୍ୟସ୍ଥତା କଥା ଉଠାଇଛନ୍ତି।