ଓ୍ବାଶିଂଟନ,୨୦।୮: ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସଙ୍କଟ ଜନକ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟୁଇଟ୍ କରି ମଙ୍ଗଳବାର ଭୋର୍ ୫ଟା ୧୩ରେ ଜଣାଇଛନ୍ତି। ଏହା ପୂର୍ବରୁ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସୋମବାର ଫୋନ୍ରେ କଥାବାର୍ତ୍ତା ହୋଇଥିଲେ। ପରେ ସେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସହିତ କଥାବାର୍ତ୍ତା କରି କୌଣସି ପ୍ରକାର ବିବାଦୀୟ ମନ୍ତବ୍ୟ ନ ଦେବାକୁ ପରାମର୍ଶ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ପ୍ରୟାସ ଉପରେ ଟ୍ରମ୍ପ୍ ଗୁରୁତ୍ୱ ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ ସ୍ଥିତି ସଙ୍କଟ ଜନକ ଥିଲେ ମଧ୍ୟ ଆଲୋଚନା ଦ୍ୱାରା ଏହାର ସମାଧାନ କରାଯାଇ ପାରିବ।