ଜମ୍ମୁ,୨୦।୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଜମ୍ମୁରେ ଥିବା ବାବା ଦିଲ୍ଲୀପ ସିଂଙ୍କ ଦରଘାକୁ ଉଭୟ ଦେଶର ଶ୍ରଦ୍ଧାଳୁ ଆସିଥାନ୍ତି। ପ୍ରତିବର୍ଷ ଜୁନ୍ ମାସରେ ଏଠାରେ ମେଳା ବସିଥାଏ। ଚଳିତ ବର୍ଷ ଜୁନ୍ ୨୭ରେ ଏଠାରେ ମେଳା ହେବ। ଏଠାକାର ମାଟିକୁ ଲୋକେ ଶ୍ରଦ୍ଧାରେ ଶକର୍ କହୁଥିବାବେଳେ କୂଅ ପାଣିକୁ ସରବତ୍ କହିଥାନ୍ତି। ବାବାଙ୍କ ଦରଘାର ଗୋଟିଏ ଅଂଶ ପାକିସ୍ତାନର ସୈଦାବାଲି ଗାଁରେ ଥିବାବେଳେ ଅନ୍ୟ ଅଂଶ ଭାରତର ଛନ୍ନି ଫତବାଲରେ ରହିଛି। ଏଠାକାର କୂଅ ପାଣିରେ ମାଟି ମିଶାଇ ଦେହରେ ବୋଳି ହେଲେ ଚର୍ମରୋଗ ଦୂର ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିିଛ।
Posted inଜାତୀୟ