Categories: ଖେଳ

ଭାରତ-ପାକିସ୍ତାନ ସେମିଫାଇନାଲ ଆଜି: ଜାଣନ୍ତୁ ରେକର୍ଡ କାହା ସପକ୍ଷରେ

ପୋଚେଫଷ୍ଟ୍ରମ,୪।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲର ଏକ ହାଇଭୋଲ୍‌ଟେଜ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ଦଳ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ବର୍ତ୍ତମାନ ସୁଦ୍ଧା ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ପ୍ରିୟମ୍‌ ଗର୍ଗଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମଙ୍ଗଳବାର ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଲଗାତର ୩ୟଥର ଲାଗି ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି। ତେବେ ୪ଥର ଅଣ୍ଡର-୧୯ ବିଶ୍ୱକପ୍‌ ଜିତିସାରିଥିବା ଭାରତୀୟ ଦଳ ଶେଷ ୩ଟି ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିସାରିଛି। ୨୦୧୮ ବିଶ୍ୱକପ୍‌ ଜିତିଥିବା ଭାରତ ସେହି ସଂସ୍କରଣରେ ମଧ୍ୟ ପାକିସ୍ତାନକୁ ୨୦୩ ରନ୍‌ର ବୃହତ୍‌ ବ୍ୟବଧାନରେ ମାତ୍‌ ଦେଇଥିଲା। ଅଣ୍ଡର-୧୯ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ୯ଟି ମ୍ୟାଚ୍‌ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୪ଟି ମ୍ୟାଚ୍‌ ଜିତିଥିବାବେଳେ ପାକିସ୍ତାନ ୫ଥର ଜିତିଛି। ସେହିପରି ଭାରତ ଏହି ବିଶ୍ୱ ମହାକୁମ୍ଭକୁ ୪ଥର ଜିତିଥିବାବେଳେ ପାକିସ୍ତାନ ଦୁଇଥର ଜିତିଛି। ଏହି ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଉଭୟ ଦଳ ଅପରାଜୟ ଅଛନ୍ତି।

Share