Categories: ଖେଳ

ଭାରତ- ପାକ୍‌ ଡେଭିସ୍‌ କପ୍‌ ଟାଇ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୫।୧୧(ପି.ଟି.)- ନିରାପତ୍ତା ତଥା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭାରତ- ପାକିସ୍ତାନ ଡେଭିସ କପ୍‌ ମ୍ୟାଚ୍‌ ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରାଯାଇଛି। ବିଶ୍ୱ ଟେନିସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଆଇଟିଏଫ୍‌ ସୋମବାର ଏ ନେଇ ନିଷ୍ପତ୍ତି ନେବା ସହ ଘୋଷଣା କରିଛି। ଫଳରେ ଭାରତୀୟ ଟେନିସ ଫେଡେରେଶନକୁ ଆସ୍ବସ୍ଥି ମିଳିଛି। ପୂର୍ବରୁ ଏହି ଟାଇ ନଭେମ୍ବର ୨୯-୩୦ତାରିଖରେ ଇସ୍‌ଲାମାବାଦ୍‌ରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହା ପ୍ରଥମେ ସେପ୍ଟେମ୍ବରରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ନିରାପତ୍ତା କାରଣ ଦର୍ଶାଇ ଭାରତ ପାକିସ୍ତାନରେ ଏହି ମ୍ୟାଚ୍‌ ନ ଖେଳିବାକୁ ଇଚ୍ଛା ଜାହିର କରିଥିଲା। ଏବେ ନିୟମ ଦୃଷ୍ଟିରୁ ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ନିରପେକ୍ଷ ଭେନ୍ୟୁ ନେଇ ପ୍ରସ୍ତାବ ଦେବ। ଆଗାମୀ ୫ ଦିନ ମଧ୍ୟରେ ପିଟିଏଫ୍‌ ନୂଆ ଭେନ୍ୟୁ ନେଇ ସୂଚନା ଦେବ।

Share