Categories: ଜାତୀୟ

ଭାରତ-ପାକ୍‌ ସୀମାରେ ୪ ଆଣ୍ଟି ଟ୍ୟାଙ୍କ ମାଇନ୍ସ ଜବତ

ଜୟପୁର,୨୩।୧୨: ରାଜସ୍ଥାନ ଜୈସଲମେର ନିକଟ ଭାରତ-ପାକିସ୍ତାନ ସୀମାରେ ୪ଆଣ୍ଟି ଟ୍ୟାଙ୍କ ମାଇନ୍ସ ଜବତ ହୋଇଛି। ସୋମବାର ଲୋଙ୍ଗଓ୍ବୋଲ ସୀମାରେ ଓଏନ୍‌ଜିସି ତୈଳ ଓ ଗ୍ୟାସ ପଦାର୍ଥ ଖୋଜୁଥିବା ସମୟରେ ଏହି ଟ୍ୟାଙ୍କ ମାଇନ୍ସ ମିଳିଥିଲା। ସଙ୍ଗେସଙ୍ଗେ ଓଏନ୍‌ଜିସିର ଶ୍ରମିକ ତାକୁ ବାହାର କରିବା ସହ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବରପାଇ ବିଏସ୍‌ଏଫ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସାମଗ୍ରୀର ଯାଞ୍ଚ କରିଛନ୍ତି। ତେବେ ଏହି ଟ୍ୟାଙ୍କ ମାଇନ୍ସ ଲୋଙ୍ଗଓ୍ବୋଲରେ ୧୯୬୫ ଓ ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟର ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ପଶ୍ଚିମ ରାଜସ୍ଥାନରେ ପେଟ୍ରୋଲିୟମ୍‌ କ୍ଷେତ୍ରରେ କେନ୍ଦ୍ର ସରକାର ଦେଶକୁ ସ୍ବାବଲମ୍ବୀ କରିବାକୁ ଚାହୁଁଛନ୍ତି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ତୈଳ ଓ ଗ୍ୟାସ ସମ୍ପର୍କିତ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି।

Share