‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ନଜରକୁ ଆସିବେ। ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କାଙ୍କୁ ବଛାଯାଇଥିଲା। ପରେ କ୍ୟାଟି୍ରିନାଙ୍କୁ ନିଆଯାଇଛି। ଯେତେବେଳେ ଏକ ସାକ୍ଷାତକାରରେ କ୍ୟାଟ୍ରିନାଙ୍କୁ ପଚରାଗଲା ‘ଭାରତ’ ଫିଲ୍ମରେ ପ୍ରଥମେ ପ୍ରିୟଙ୍କାଙ୍କୁ ନିଆଯାଇଥିଲା। ତାଙ୍କୁ  ଏଥିରୁ କ’ଣ ପାଇଁ ବାଦ୍‌ ଦିଆଗଲା। କ୍ୟାଟ୍ରିନା ବହୁ ଚାଲାକରେ ଏହାର ଉତ୍ତର ଦେଇଥିଲେ, ସଲମାନ ଏବଂ ଅଲ୍ଲୀ ଅବାସଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ଅଲ୍ଲୀ ମୋର ଜଣେ ଭଲ ସାଙ୍ଗ। ଯେତେବେଳେ ଫିଲ୍ମ ସମ୍ପର୍କରେ ଆମ ଦୁଇଜଣଙ୍କ ଭିତରେ ଆଲୋଚନା ହୁଏ ଆମେ ଉଭୟଙ୍କ ପ୍ରତି ସେତିକି ସିରିୟସ ଥାଉ। କ୍ୟାଟି୍ରିନା ଆହୁରି କହିଛନ୍ତି, ଏହି ଫିଲ୍ମର ସ୍କ୍ରିପ୍ଟ ସେ ୩ ଘଣ୍ଟା ପଢ଼ିଛନ୍ତି। ପରେ ଅଲ୍ଲୀଙ୍କୁ ଫୋନ୍‌ କରି କହିଥିଲେ ଏହି ଫିଲ୍ମ ତାଙ୍କୁ ପସନ୍ଦ ଆସିଛି। ସଲମାନ ମୋତେ ଫୋନ୍‌ କରି ନ ଥିଲେ। ତାଙ୍କ ସହ ମୋର ସେଟ୍‌ରେ ଦେଖା ହୋଇଥିଲା ବୋଲି କ୍ୟାଟ୍ରିନା କହିଛନ୍ତି। କ୍ୟାଟ୍ରିନାଙ୍କ ଏମିତି ସଫେଇକୁ ଦର୍ଶକମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। କାରଣ ଯାହା ହୋଇଥାଉନା କାହିଁକି ଏପ୍ରିଲ ୨୪ରେ ‘ଭାରତ’ର ଟ୍ରେଲର ରିଲିଜ ହେବାକୁ ଥିବାବେଳେ ଜୁନ୍‌ ୫ରେ ଏହା ରିଲିଜ୍‌ ହେ

Share