Categories: ଜାତୀୟ

‘ଭାରତ ବଚାଓ’ ରାଲି ପାଇଁ ପ୍ରସ୍ତୁତ ରାମଲିଳା ମଇଦାନ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସର ‘ଭାରତ ବଚାଓ’ ରାଲି ପାଇଁ ନୂଆଦିଲ୍ଲୀର ରାମଲିଳା ମଇଦାନରେ ସମସ୍ତ ପ୍ରସ୍ତୁତି ସରିଛି। ସେଠାରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ ବଡ କଟ୍‌-ଆଉଟ୍‌ ଲାଗିଥିବା ଦେଖିବାକୁ ମିଳିଛି। ଏହି ରାଲିରେ ସାରା ଭାରତରୁ କଂଗ୍ରେସ କର୍ମୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କୁ ଘେରିବାକୁ କଂଗ୍ରେସ ସମସ୍ତ ପ୍ରସ୍ତୁତି କରିଥିବା ଜଣାପଡିଛି। ବିଶେଷ ଭାବେ ଦେଶର ଆର୍ଥିକ ସ୍ଥିତି, ବେରୋଜଗାର ଓ ଚାଷୀ ସମସ୍ୟାକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଆଲୋଚନା ହେଉଛି। ଏହି ଜନସଭାକୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କଂଗ୍ରେସ ଏହାକୁ ନେଇ ମୋଦିଙ୍କୁ ମଧ୍ୟ ଘେରିପାରେ ବୋଲି କୁହାଯାଉଛି।

Share