ଭାରତ ବନ୍ଦକୁ ସମର୍ଥନ: ସତ୍ୟବାଦୀରେ ଅଙ୍ଗନଓ୍ବାଡି କର୍ମୀ ସଂଘର ଧାରଣା

ସାକ୍ଷୀଗୋପାଳ, ୮।୧(ଡି.ଏନ୍‌.ଏ.)- ଟ୍ରେଡ୍‌ ୟୁନିୟନର ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସତ୍ୟବାଦୀ ଶାଖାର ଶତାଧିକ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବୁଧବାର ସେମାନେ କାର୍ଯ୍ୟ ବନ୍ଦ କରିବା ସହ ସ୍ଥାନୀୟ ମହିଳା ଓ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସମାନ କାମକୁ ସମାନ ଦରମା, ମହଙ୍ଗା ଭତ୍ତା, ସରକାରୀ କର୍ମଚାରୀ ର ମାନ୍ୟତା ଆଦି ଦାବିରେ ସେମାନେ ନାରାବାଜି କରିଛନ୍ତି। ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବରେ କରାଯାଇଛି। ସତ୍ୟବାଦୀ ପୋଲିସ ସେଠାରେ ଉପସ୍ଥିତ ରହିଛନ୍ତି। ସଂଘ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ନିରଞ୍ଜନା ଦିକ୍ଷୀତ, ଲକ୍ଷ୍ମୀ ପ୍ରିୟା ମହାପାତ୍ର ପ୍ରମୁଖ ଆନ୍ଦୋଳନ ର ନେତୃତ୍ୱ ନେଇଛନ୍ତି। ସେହିପରି ସ୍କୁଲ କଲେଜ, ବ୍ୟାଙ୍କ, ନିୟନ୍ତ୍ରିତ ବଜାର, ଦୋକାନ ସହ ରେଳ ଓ ବସ ସେବା ବନ୍ଦ ରହିଛି। ଫଳରେ ସାକ୍ଷୀଗୋପାଳ ମନ୍ଦିର ସମେତ ବଜାର ଜନସମାଗମ ନାହିଁ।