Categories: ଜାତୀୟ

ଭାରତ ବନ୍ଦର ପ୍ରଭାବ ପଶ୍ଚିମବଙ୍ଗରେ ଅଧିକ: ରେଳ ରୋକୋ କଲେ ପ୍ରଦର୍ଶନକାରୀ; ବ୍ୟାଙ୍କ ସେବା ଠପ୍‌; ୨୫ କୋଟି ଲୋକ ସାମିଲ୍‌

ନୂଆଦିଲ୍ଲୀ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ତଥା ଜନବିରୋଧୀ ନୀତି ବିରୋଧ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦରେ ୨୫ କୋଟି ଲୋକ ସାମିଲ୍‌ ହୋଇଥିବା କୁହାଯାଉଛି। ଏହାର ଅଧିକ ପ୍ରଭାବ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ରାଜ୍ୟର ହାଓ୍ବଡ଼ା, ଉତ୍ତର ୨୪ ପ୍ରଗଣା ଆଦି ଅଞ୍ଚଳରେ ରେଳରୋକୋ କରାଯାଇଛି। ଗୁଆହାଟୀ, ପୂର୍ବ ମେଦିନାପୁରରେ ପ୍ରଦର୍ଶନକାରୀ ରାସ୍ତା ଅବରୋଧ କରିଛନ୍ତି। ଜାତୀୟ ରାଜପଥ ୪୧ ଅବରୋଧ କରାଯିବାରୁ ଯାତାୟତ ଉପରେ ପ୍ରଭାବ ପଡ଼ିଛି। ଭାରତ ବନ୍ଦର ଅଧିକ ପ୍ରଭାବ ବ୍ୟାଙ୍କିଙ୍ଗ୍‌ ସେବା ଉପରେ ପଡ଼ିଛି। ବ୍ୟାଙ୍କ ବନ୍ଦ ରହିବାରୁ ସାଧାରଣ ଲୋକେ ହଇରାଣ ହୋଇଛନ୍ତି।

Share