Categories: ଜାତୀୟ

ଭାରତ ବନ୍ଦ: ପଥର ମାଡ଼ରୁ ରକ୍ଷା ପାଇଁ ଡ୍ରାଇଭର ପିନ୍ଧିଲେ ହେଲମେଟ୍‌; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

କୋଲକାତା,୮।୧: କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ଏବଂ ଜନବିରୋଧୀ ନୀତି ବିରୋଧରେ ବୁଧବାର ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଉତ୍ତର ପଶ୍ଚିମବଙ୍ଗର ସିଲିଗୁଡ଼ିରେ ରାଜ୍ୟ ବସ୍‌ ସେବାରେ ନିଯୁକ୍ତ ଡ୍ରାଇଭର ମୁଣ୍ଡରେ ହେଲମେଟ ପିନ୍ଧି ଗାଡ଼ି ଚଳାଉଥିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଡ୍ରାଇଭର ଜଣକ ପ୍ରଦର୍ଶନକାରୀଙ୍କ ପଥରମାଡ଼ରୁ ରକ୍ଷା ପାଇବା ପାଇଁ ଏଭଳି ଉପାୟ ଆପଣେଇଥିବା କହିଛନ୍ତି।

Share