Categories: ଜାତୀୟ

ଭାରତ ବଳାତ୍କାରୀଙ୍କ କ୍ୟାପିଟାଲ: ରାହୁଲ

ଓ୍ବାୟନାଡ,୭।୧୨: କେରଳର କଂଗ୍ରେସ ଏମ୍‌ପି ନିଜ ନିର୍ବାଚନ ମଣ୍ଡଳୀ ଓ୍ବାୟନାଡ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦେଶରେ ଏବେ ବଢି ଚାଲିଥିବା ହିଂସା ଓ ବଳାତ୍କାର ପାଇଁ ସରକାର ଦାୟୀ। ଏଠାରେ ଜନତା ଆଇନକୁ ନିଜ ହାତକୁ ନେଲେଣି। କାରଣ ଏଠି ଦେଶ ଚଳାଉଥିବା ଲୋକ ହିଂସାରେ ବିଶ୍ୱାସ ରଖନ୍ତି। ଏବେ ଭାରତ ବିଶ୍ୱର ବଳାତ୍କାରୀଙ୍କ କ୍ୟାପିଟାଲ ପାଲଟି ଯାଇଛି ବୋଲି ରାହୁଲ କହିଛନ୍ତି। କାରଣ ଏବେ ଅନ୍ୟ ଦେଶର ଲୋକେ ପଚାରୁଛନ୍ତି କାହିଁକି ଭାରତ ନିଜ ଝିଅ ବୋହୂଙ୍କୁ ସୁରକ୍ଷା ଦେଇ ପାରୁ ନାହିଁ। ଉତ୍ତର ପ୍ରଦେଶର ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକଙ୍କ ନାଁରେ ମହିଳାଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ଥିଲେ ମଧ୍ୟ ମୋଦି ଏହାକୁ ନେଇ ଗୋଟିଏ ଶବ୍ଦ କହୁ ନାହାନ୍ତି ବୋଲି ରାହୁଲ କହିଛନ୍ତି।

Share