ଭାରତ-ବାଂଲାଦେଶ ଜେଆର୍‌ସି ଆଲୋଚନା ବାତିଲ୍‌

ଢ଼ାକା/ନୂଆଦିଲ୍ଲୀ,୧୮।୧୨: ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଜଏଣ୍ଟ୍‌ ରିଭର କମିଶନ(ଜେଆର୍‌ସି) ଆଲୋଚନାକୁ ବାତିଲ୍‌ କରି ଦିଆଯାଇଛି। ଉଭୟ ଦେଶରେ ପ୍ରବାହିତ ମୁହୁରି, ମୋନୁ, ଧରଲା, ଖୋଓ୍ବାଇ, ଗୁମତି ଏବଂ ଦୁଧକୁମାର ଆଦି ୬ଟି ନଦୀ ଜଳ ଉପରେ ଦିଲ୍ଲୀରେ ବୁଧବାର ହେବାକୁ ଥିବା ଆଲୋଚନାକୁ ବାଂଲାଦେଶ ପକ୍ଷରୁ ବାତିଲ୍‌ କରି ଦିଆଯାଇଛି। ଗତ ୩୪ ବର୍ଷ ଧରି ଏହି ନଦୀ ଜଳ ନେଇ କୌଣସି ଆଲୋଚନା ହୋଇ ନାହିଁ। ତେଣୁ ଜେଆର୍‌ସିି ପକ୍ଷରୁ ନୂଆ ଆଲୋଚନା ଲାଗି ଯୋଜନା କରାଯାଇଥିଲା। ତେବେ ଆଲୋଚନା ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ଜେଆର୍‌ସିି ସଦସ୍ୟ କେ.ଏମ୍‌. ଅନଓ୍ବର ହୋସେନ୍‌ ସୂଚନା ଦେଇଛନ୍ତି।

Share