Categories: ଖେଳ

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ବାଲାଂଦେଶ

ଇନ୍ଦୋର,୧୪।୧୧: ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ୍‌ ଇନ୍ଦୋରର ହୋଲକର୍‌ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଛି। ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟସ୍‌ ହାରିବା ପରେ କୋହଲି କହିଛନ୍ତି, ଆମେ ଟସ୍‌ ଜିତିଥିଲେ ବି ଏହି ପିଚ୍‌ରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥାନ୍ତି। ପ୍ରଥମ ଟେଷ୍ଟରେ ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ମହମଦ ସାମି ଭାରତୀୟ ପେସ୍‌ ବିଭାଗ ସମ୍ଭାଳୁଥିବାବେଳେ ଅଶ୍ୱିନ ସ୍ପିନ୍‌ ଦାୟିତ୍ୱ ତୁଲାଇବେ। ଟି-୨୦ ସିରିଜକୁ ୨-୧ରେ ଜିତି ମନୋବଳ ଦୃଢ କରିଥିବା ବିରାଟ କୋହଲିଙ୍କ ଟିମ ଇଣ୍ଡିଆ ଟେଷ୍ଟ ସିରିଜକୁ କ୍ଲିନସୁଇପ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛି। ଟି-୨୦ରୁ ବିଶ୍ରାମ ନେଇଥିବା କୋହଲି ଟେଷ୍ଟ ସିରିଜ ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଭଳି ସ୍ଥିତିରେ ଆୟୋଜକ ତଥା ଭାରତୀୟ ଦଳର ପଲା ଭାରି ଲାଗୁଛି। କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଟିମ ଇଣ୍ଡିଆ ଅଧିକ ମଜଭୁତ ହୋଇଛି।

Share