Categories: ଜାତୀୟ

ଭାରତ-ବାଂଲାଦେଶ ମିଳିତ ସମରାଭ୍ୟାସ: ସମ୍ପ୍ରିତି-୯

ଶିଲଂ,୨।୨: ଭାରତ-ବାଂଲାଦେଶ ମଧ୍ୟରେ ମିଳିତ ସମରାଭ୍ୟାସ ସମ୍ପ୍ରିତି-୯ ସୋମବାରଠାରୁ ଆରମ୍ଭ ହେବ। ମେଘାଳୟର ଶିଲଂସ୍ଥିତ ଉମରୋଇ କ୍ୟାଣ୍ଟନମେଣ୍ଟ୍‌ରେ ଏହି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହେବ। ଆତଙ୍କବାଦୀଙ୍କ ବିରୋଧ କିଭଳି ଉନ୍ନତ ଧରଣର ସର୍ଚ୍ଚ ଅପରେଶନ୍‌ କରାଯିବ ସେ ସମ୍ପର୍କରେ ଏହି ମିଳିତ ସମରାଭ୍ୟାସରେ ଯୋଗଦେଇଥିବା ସୈନ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହା ଫେବୃୟାରୀ ୧୬ ପର୍ଯ୍ୟନ୍ତ ଜାରି ରହିବ। ଦୁଇ ଦେଶ ମଧ୍ୟରେ ବନ୍ଦୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି ଲାଗି ପୂର୍ବରୁ ୮ଥର ଏଭଳି ମିଳିତ ସମରାଭ୍ୟାସ ହୋଇସାରିଛି। ୨୦୦୯ରେ ଏହି ମିଳିତ ସମରାଭ୍ୟାସ ଆରମ୍ଭ ହୋଇଥିଲା।

Share