Categories: ଜାତୀୟ

ଭାରତ-ବାଂଲାଦେଶ ସୀମା: ମାସ୍କ୍‌ ପିନ୍ଧି ଶତ୍ରୁଙ୍କ ସହ ଲଢୁଛନ୍ତି ଯବାନ

ନୂଆଦିଲ୍ଲୀ,୨୧।୮: ଭାରତ-ବାଂଲାଦେଶ ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଆତଙ୍କବାଦୀ, ଅନୁପ୍ରବେଶକାରୀ ତଥା ଚୋରାବେପାରୀଙ୍କ ସହିତ ଲଢ଼ିବାକୁ ପଡ଼ିଥାଏ। ତେବେ ଏଠାରେ ଏସବୁ ବାହ୍ୟ ଶତ୍ରୁଙ୍କ ସହିତ ଅନ୍ୟ କିଛି ଶତ୍ରୁଙ୍କ ସହିତ ଯବାନଙ୍କୁ ମାସ୍କ୍‌ ପିନ୍ଧି ଲଢ଼ିବାକୁ ପଡ଼ିଥାଏ। ତ୍ରିପୁରା-ମିଜୋରାମ୍‌ ମ୍ୟାଲେରିଆ ଜୋନ୍‌ରେ ରହିଛି। ତେଣୁ ଏଠାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏକ ପ୍ରକାର ସ୍ବତନ୍ତ୍ର ମାସ୍କ୍‌ ପିନ୍ଧିଥାନ୍ତି। ଯବାନ ୟୁନିର୍ଫମରେ ସମଗ୍ର ଶରୀରକୁ ଆବୃତ କରିବା ସହିତ ହାତରେ ଗ୍ଲୋଭସ୍‌୍‌ ମଧ୍ୟ ପିନ୍ଧିଥାନ୍ତି। ଏହା ସହିତ ପାଖରେ ଧୂଆଁ ସୃଷ୍ଟି କରୁଥିବା ଏକ ପ୍ରକାର ଡିଭାଇସ୍‌ ରଖିଥାନ୍ତି। ଏଥିରୁ ସୃଷ୍ଟି ହେଉଥିବା ଧୂଆଁ ମଶାଙ୍କୁ ଦୂର କରିବାରେ ସହାୟତା କରିଥାଏ।

Share